ରାଇଘର: ଛତିଶଗଡ଼ରେ ନିଖୋଜ ଥିବା ୪ ଓଡ଼ିଆଙ୍କର ମୃତଦେହ ଆଜି ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହୋଇଛି। ପଡ଼ୋଶୀ ରାଜ୍ୟ ଛତିଶଗଡ଼ର କାଙ୍କେରରୁ ନିଜ ପରିବାର ଲୋକଙ୍କ ସହିତ ଫେରୁଥିବା ନବରଙ୍ଗପୁର ଜିଲ୍ଲା ରାଇଘର ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ସୁପରଭାଇଜର୍ ସପନ ସରକାରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ହୋଇଥିବା ଛତିଶଗଡ଼ ପୁଲିସ ପକ୍ଷରୁ ସୂଚନା ମିଳିଛି। ସୁପରଭାଇଜର୍ ଶ୍ରୀ ସରକାର ତାଙ୍କ ପତ୍ନୀଙ୍କ ସମେତ ଦୁଇ ଜଣ ସମ୍ପର୍କୀୟଙ୍କୁ ନେଇ ନିଜ ସୁଇପ୍ଟ୍ ଡିଜାୟାର୍ କାରରେ ଏକ ବିବାହ ଭୋଜିରେ ଯୋଗ ଦେବାକୁ କାଙ୍କେର ଯାଇଥିଲେ। ଗତ ଶନିବାର ରାତିରେ ସେ କଣ୍ଡାଗାଁକୁ ଫେରୁଥିବା ସମୟରେ ସେମାନଙ୍କ ପତ୍ତା ମିଳିନଥିଲା। ସେମାନଙ୍କ ନିଖୋଜ ନେଇ ବହୁ ଚର୍ଚ୍ଚା ଚାଲିଥିବା ବେଳେ ଆଜି ସକାଳୁ ଛତିଶଗଡ଼ ପୁଲିସ ଏହି ଘଟଣା ଉପରେ ପରଦା ହଟାଇଛି। କାଙ୍କେର ଠାରୁ ପ୍ରାୟ ୮ କିଲୋମିଟର ଦୂର ରାସ୍ତା କଡ଼ରେ ଥିବା ଏକ ପରିତ୍ୟକ୍ତ କୂଅ ମଧ୍ୟରେ ଦୁର୍ଘଟଣା ଘଟି ବୁଡ଼ି ଯାଇଥିବା ସନ୍ଦେହରେ ପୁଲିସ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି। ପରିତ୍ୟକ୍ତ କୂଅରୁ ଚାରି ନିଖୋଜଙ୍କର ମୃତଦେହ ଉଦ୍ଧାର ହୋଇଛି।
ଛତିଶଗଡ଼ରେ ୪ ଓଡ଼ିଆ ନିଖୋଜ ଘଟଣା : ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ମୃତଦେହ
Share Now: